୨୦୨୪ରେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଲାଲୁ ଯାଦବଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ
Advertisement
trendingNow11349981

୨୦୨୪ରେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଲାଲୁ ଯାଦବଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

Opposition PM Candidate: ସୋନିଆ ଗାନ୍ଧୀ (Sonai Gandhi) ଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପୂର୍ବତନ ସିଏମ ଲାଲୁ ପ୍ରସାଦ ଯାଦବଙ୍କ ବୈଠକ ହେବାର ଅଛି । ଏହା ପୂର୍ବରୁ କଂଗ୍ରେସ କହିଛି ଯେ, ବିରୋଧୀ ଏକତା ପାଇଁ ଏକ ମଜଭୁତ କଂଗ୍ରେସ ଅତ୍ୟନ୍ତ ପ୍ରଭାବଶାଳୀ ହେବ ଓ ସହଯୋଗୀମାନଙ୍କୁ ଏହା ବୁଝିବା ଆବଶ୍ୟକ । 

୨୦୨୪ରେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଲାଲୁ ଯାଦବଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

ନୂଆଦିଲ୍ଲୀ: Lalu Prasad Yadav on Opposition PM Candidate: ଯଦିଓ ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar) ବାରମ୍ବାର କହୁଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ (PM Candidate) ନୁହଁନ୍ତି । ଏହା ପରେ ମଧ୍ୟ ତାଙ୍କ ଦଳ ଜେଡିୟୁ (JDU) ଓ ସହଯୋଗୀ ଦଳ ଆରଜେଡିର ନେତାମାନେ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି କହୁଛନ୍ତି । ଏବେ ରାଷ୍ଟ୍ରୀୟ ଜନତା ଦଳ (RJD) ର ପ୍ରମୁଖ ଲାଲୁ ପ୍ରସାଦ ଯାଦବ (Lalu Prasad Yadav) ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ବୋଲି କହିଛନ୍ତି । ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂ କହିଛନ୍ତି ଯେ, ଲାଲୁ ପ୍ରସାଦ ଯାଦବ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀର ଦାବିଦାର ମନେ କରିଛନ୍ତି । ଲାଲୁ ଜୀ ଚାହାଁନ୍ତି ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ । ଜଣେ ପୁରୁଣା ସମାଜବାଦୀ ନେତା ତଥା ଜଗଦାବାବୁ ନାମରେ ଜଣାଶୁଣା ଜଗଦାନନ୍ଦ ସିଂ କହିଛନ୍ତି ଯେ, ଏପରି ଦୁଇ ଥର ଘଟିଛି, ଯେତେବେଳେ ଲାଲୁ ଯାଦବ ଯାହାଙ୍କୁ ଚାହିଁଛନ୍ତି ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

ଜଗଦାନନ୍ଦ ସିଂ କହିଛନ୍ତି ଯେ, ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ବିହାର ତରଫରୁ ଉଦ୍ୟମ ଆରମ୍ଭ ହୋଇଛି । ଲାଲୁ ଜୀ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର କରିଦେଇଛନ୍ତି । ଏହା ଦୁଇଥର ଘଟିଛି ଯେ ଲାଲୁ ଜୀ ଯାହାଙ୍କୁ କହିଛନ୍ତି ସେ ପ୍ରଧାନମନ୍ତ୍ରୀ ହୋଇଛନ୍ତି, ନୀତିଶ ହୁଏତ ଏପରି ତୃତୀୟ ନେତା ହୋଇପାରନ୍ତି । ନୀତିଶ କୁମାର ବିହାରରେ ସମାଜବାଦୀ ଚିନ୍ତାଧାରାର ଏକ ଛୋଟ ଅଂଶକୁ ପ୍ରତିନିଧିତ୍ୱ କରନ୍ତି ଓ ଲାଲୁ ଯାଦବ ସବୁଠାରୁ ବଡ଼ ଅଂଶକୁ । ବର୍ତ୍ତମାନ ଲାଲୁ ଯାଦବ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀର ଦାବିଦାର କହିଛନ୍ତି, ତେବେ ସମସ୍ତ ସମାଜବାଦୀ ମଧ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଗ୍ରହଣ କରିଛନ୍ତି । 

ଏଠାରେ କହି ରଖୁଛୁ ଯେ, ସୋନିଆ ଗାନ୍ଧୀ (Sonai Gandhi) ଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପୂର୍ବତନ ସିଏମ ଲାଲୁ ପ୍ରସାଦ ଯାଦବଙ୍କ ବୈଠକ ହେବାର ଅଛି । ଏହା ପୂର୍ବରୁ କଂଗ୍ରେସ କହିଛି ଯେ, ବିରୋଧୀ ଏକତା ପାଇଁ ଏକ ମଜଭୁତ କଂଗ୍ରେସ ଅତ୍ୟନ୍ତ ପ୍ରଭାବଶାଳୀ ହେବ ଓ ସହଯୋଗୀମାନଙ୍କୁ ଏହା ବୁଝିବା ଆବଶ୍ୟକ । ଏହି ପ୍ରସଙ୍ଗରେ ଏପର୍ଯ୍ୟନ୍ତ ବ୍ୟାକଫୁଟରେ ଖେଳୁଥିବା କଂଗ୍ରେସ ନୀତିଶ କୁମାର, ଟିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ, ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏବଂ ଶରଦ ପାୱାରଙ୍କ ସହ ମୋର୍ଚ୍ଚା ସମ୍ଭାଳିଛନ୍ତି ।

ଅଧିକ ପଢ଼ନ୍ତୁ:-ବାବା ଭେଙ୍ଗାଙ୍କ ଏହି ଭୟଙ୍କର ଭବିଷ୍ୟବାଣୀରୁ ଭୟଭୀତ ସାରା ଦୁନିଆ, ୨୦୨୩ରେ ଘଟିବ ଏପରି କିଛି

ଅଧିକ ପଢ଼ନ୍ତୁ:-ଆମ୍ ଆଦମୀ ପାର୍ଟିର ୨ ବିଧାୟକ ଦୋଷୀ ସାବ୍ୟସ୍ତ, ସେପ୍ଟେମ୍ୱର ୨୧ରେ କୋର୍ଟ ଶୁଣାଇବେ ଦଣ୍ଡ; ଜାଣନ୍ତୁ ପୂରା ମାମଲା

ଅଧିକ ପଢ଼ନ୍ତୁ:-ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବାକୁ ଯାଇ ଫସିଲେ ସ୍ମୃତି ଇରାନୀ, କଂଗ୍ରେସ କଲା ପାଲଟା ଆକ୍ରମଣ ତ ସୋସିଆଲ ମିଡିଆ ୟୁଜର୍ସ ବି କଲେ ଟ୍ରୋଲ୍

 

 

କଂଗ୍ରେସ ନେତା ଜୟରାମ ରମେଶ  (Jairam Ramesh) କହିଛନ୍ତି ଯେ,  ବିରୋଧୀ ଏକତାର ଅର୍ଥ ନୁହେଁ ଯେ କଂଗ୍ରେସ ଦୁର୍ବଳ ହୋଇଯାଉ । ଆମର ସହଯୋଗୀମାନେ ବୁଝିବା ଉଚିତ୍ ଯେ ଏକ ମଜବୁତ କଂଗ୍ରେସ ବିରୋଧୀ ଏକତାର ସ୍ତମ୍ଭ ହେବ । ରାହୁଲ ଗାନ୍ଧୀଙ୍କ ଦେଶ ଯୋଡ଼ ଯାତ୍ରା ହେଉଛି କଂଗ୍ରେସକୁ ମଜବୁତ କରିବା ପାଇଁ । ଯଦି ବିରୋଧୀ ମଧ୍ୟ ଏକାଠି ହୁଅନ୍ତି, ତାହା ବହୁତ ଭଲ ଅଟେ । ବାସ୍ତବରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଦାବି କରିଛନ୍ତି ଯେ, ନୀତିଶ କୁମାର ଓ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଦିଲ୍ଲୀ ଯାଇ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବେ ।

Trending news